ଶେଷରେ ଗଡ଼ିଲା ନନ୍ଦିଘୋଷ
ଆଜି ବାହୁଡା ଯାତ୍ରା ଜନ୍ମବେଦୀରୁ ଶ୍ରୀମନ୍ଦିର ଫେରିବେ ୩ ଠାକୁର।
ଶ୍ରୀମନ୍ଦିର ଅଭିମୁଖେ ତିନି ରଥ ଗଡ଼ିଛି। ସବାଶେଷରେ। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଛି ।
ପ୍ରଥମେ ବଡଠାକୁର ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରାଙ୍କ ରଥ, ସବାେଶେଷରେ ନନ୍ଦିଘୋଷ ରଥକୁ ଟାଣି ଟାଣ ଭକ୍ତ ନେଉଛନ୍ତି ।
ଅନ୍ୟପକ୍ଷେ ବାହୁଡ଼ା ଯାତ୍ରା ଶୃଙ୍ଖଳିତ ପାଇଁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟି ଶାନ୍ତିଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି କରସବା ସହ ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସ୍ଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି କହିଛନ୍ତି । ସେ ସେବାୟତ ହୁଅନ୍ତୁ ବା ଭକ୍ତ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଉପସ୍ଥିତ ରହିବୁ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
Comments are closed.