ମୋଦିଙ୍କୁ ଫୋନ କରିଥିଲେ ଇମ୍ରାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଯାହାକୁ ସାପ କାମୁଡ଼ିଥାଏ ତା’ର ମା’ ପାଳ ଦଉଡ଼ି ଦେଖିଲେ ଡରେ, ଏହି ଉକ୍ତିଟି ପୁଣି ପାକିସ୍ତାନ କ୍ଷେତ୍ରରେ ପ୍ରମାଣିତ ହୋଇଛି। ପୁଲୱାମାରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ଭାରତୀୟ ଯବାନଙ୍କ ହତ୍ୟା ଘଟଣାରେ ବହୁ ଚର୍ଚ୍ଚିତ ବାଲାକୋଟ୍ ଆକ୍ରମଣ ହୋଇଥିଲା।

ଏହି ଘଟଣାରେ ଭାରତୀୟ ସେନା ନିଜର ରଣକୌଶଳ ଓ ଅତର୍କିତ ଆକ୍ରମଣ କଳା ପ୍ରତିପାଦିତ କରିଥିଲା। ଏହାପରେ ତତ୍‌କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ କ୍ରମାଗତ ଭାବେ ଭୟରେ ରହୁଥିଲେ। ଏପରିକି ୨୦୧୯ରେ ସମ୍ଭାବ୍ୟ ମିସ‌ାଇଲ୍‌ ଆକ୍ରମଣ ଭୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାତିଅଧିଆ ଫୋନ୍‌ କଲ୍‌ କରି ଏଭଳି ନକରିବାକୁ ଅନୁରୋଧ କରିଥିଲେ।

Comments are closed.