ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ତେଲେଙ୍ଗାନାରୁ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ପୁଲିସ୍‌କୁ ଶକ୍ତଚାପୁଡ଼ା ଓ ଧକ୍କା ମାରିଥିବା ଦେଖିବାକୁ ମିଳୁଛି। ପୁଲିସ ସଙ୍ଗେସଙ୍ଗେ ଏହି ଘଟଣାରେ ସମ୍ପୃକ୍ତ ଥିବା ଶର୍ମିଲାଙ୍କୁ ଗିରଫ କରି ନେଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍‌ ହୋଇଥିବା ଅଭିଯୋଗର ତଦନ୍ତ ଏସ୍‌ଆଇଟି କରୁଛି। ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଛି। ଆଜି ଶର୍ମିଲା ଏସ୍‌ଆଇଟି ଅଫିସ ଭିତରକୁ ନିଜର ଅସନ୍ତୋଷ ବ୍ୟକ୍ତ କରିବାକୁ ଯିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କୁ ଓ ତାଙ୍କ ଗାଡ଼ିକୁ କିଛି ପୁଲିସ କର୍ମଚାରୀ ଅଟକାଇ ଭିତରକୁ ଯିବାକୁ ଦେଇ ନଥିଲେ।

ଏହାପରେ ସେଠାରେ ଶର୍ମିଲାଙ୍କ ଡ୍ରାମା ଆରମ୍ଭ ହୋଇଯାଇଥିଲା। ସେ ତାଙ୍କ ଗାଡ଼ିରୁ ବାହାରି କେହି କିଛି ବୁଝିବା ପୂର୍ବରୁ ପୁଲିସ କର୍ମଚାରୀଙ୍କୁ ଶକ୍ତ ଚାପୁଡ଼ାଟେ ପକାଇ ଧକ୍କା ମାରିଥିଲେ। ତାଙ୍କ ହାତ ଧରି ଅନ୍ୟ ମହିଳା ପୁଲିସ କର୍ମଚାରୀ ‌ନେଇ ଯାଉଥିବା ବେଳେ ଶର୍ମିଲା ସେମାନଙ୍କୁ ବି ଧକ୍କା ମାରିଥିଲେ। ଆଉ କିଛି ସମୟ ତ‌ଳେ ବସିଥିଲେ। ଏହି ଘଟଣାରେ ପୁଲିସ ଶର୍ମିଲାଙ୍କୁ ଗିରଫ କରି ଗାଡ଼ିରେ ବସାଇ ଥାନାକୁ ନେଇଯାଇଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

Comments are closed.