‘ଭାରତ’ ଛାଡିବା ପରେ ପ୍ରିୟଙ୍କାକୁ ନେଇ ଏପରି କହିଲେ ସଲମାନ୍
ସଲମାନ୍ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାରତ’ରେ ଅଭିନୟ କରିବା ପାଇଁ ମନା କରିଛନ୍ତି ପ୍ରିୟଙ୍କା ଚୋପ୍ରା, ଯାହାକୁ ନେଇ ବଲିଉଡ ଜଗତରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେତେକ କୁହନ୍ତି କି, ପ୍ରିୟଙ୍କା ନିଜ ବୟଫ୍ରେଣ୍ଡ ନିକ୍ ପାଇଁ ଭାରତକୁ ମନା କରିିଛନ୍ତି । ଶେଷରେ ପ୍ରିୟଙ୍କାକୁ ନେଇ ମୁହଁ ଖୋଲିଛନ୍ତି ସଲମାନ୍ । ସେ କହିଛନ୍ତି କି, ‘ ମୁଁ ପ୍ରିୟଙ୍କାଙ୍କୁ ନେଇ ବେଶ୍ ଖୁସି ଅଛି । ବଲିଉଡରୁ ଯାଇ ହଲିଉଡରେ ଅଭିନୟ କରିବା ଏତେ ସହଜ ନୁହେଁ । ତାଙ୍କ ପାଇଁ ଭାରତ ଗର୍ବ କରିବା କଥା । ବାକି ରହିଲା ‘ଭାରତ’ ସିନେମା ଛାଡିବା କଥା, ଯାହାକି ପ୍ରିୟଙ୍କାର ବ୍ୟକ୍ତିଗତ ନିଷ୍ପତ୍ତି । ବଲିଉଡରେ କାମ ନ କଲେ କଣ ହେଲା , ହଲିଉଡରେ ତ କାମ କରିବେ । ’ ଏବେ ଭାରତ ସିନେମାରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ କ୍ୟାଟ୍ରିନା କୈଫ ।
Comments are closed.