ମୁଁ ବି ଛାଡ଼ିବି ନାହିଁ କାହିଁକି ଏମିତି କହିଲେ ମମତା

କୋଲକାତା: ମୁହଁ ଖୋଲିଛନ୍ତି ମମତା ବାନାର୍ଜୀ କହିଛନ୍ତି ଆମ ସହ ଯିଏ ଲାଗିବ ଆମେ ବି ଛାଡିବିନି । ବହୁ ବାଦ ବିବାଦ ପରେ ବା ନିଜର ନେତା ମନ୍ତ୍ରୀଙ୍କ ଆରେଷ୍ଟ ପରେ ମୁହଁ ଖୋଲିଛନ୍ତି ମମତା । କିଛି ଦିନ ହେଲା ନିଜ ମନ୍ତ୍ରୀମାନଙ୍କୁ ନେଇ ବିବାଦରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଥିବା ବେଳେ ଏବେ ଦଳର ଆଉ କିଛି ନେତାଙ୍କୁ ନେଇ ଅଭିଯୋଗ କରାଯାଇଛି। ଏମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଉଥିବା ଚଢ଼ଉକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଉଥିବା ଚଢ଼ଉକୁ ବିରୋଧ କରି ଦିଦି କହିଛନ୍ତି ଯେ, ଏଭଳି ଚଢ଼ଉ ବନ୍ଦ ନହେଲେ ପଶ୍ଚିମବଙ୍ଗରେ ଥିବା କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରିବି। ପଶ୍ଚିମଙ୍ଗରେ ମଧ୍ୟ ସିବିଆଇ, ଇଡି ଏବଂ ଅନ୍ୟ କେନ୍ଦ୍ରୀୟ ଅଧିକାରୀଙ୍କ ବିରୋଧରେ ମାମଲା ରହିଛି। ତେଣୁ ଯଦି ଆପଣ ମୋର ଅଧିକାରୀମାନଙ୍କୁ ଦିଲ୍ଲୀକୁ ଡାକିବେ, ମୁଁ ମଧ୍ୟ ଆପଣଙ୍କ ଅଧିକାରୀମାନଙ୍କୁ ପଶ୍ଚିମବଙ୍ଗକୁ ଡାକିବି। ରାଜ୍ୟରେ ମୁତୟନ ଥିବା ଅତି କମରେ ଆଠ ଜଣ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରହିଛି। କେନ୍ଦ୍ର ସିବିଆଇ ମାଧ୍ୟମରେ ଆମ ଲୋକଙ୍କୁ ଗିରଫ କରୁଛ। ମୁଁ ଏସବୁକୁ ଲେଖି ରଖିଛି। କେନ୍ଦ୍ର ସରକାର ଜାଣିଶୁଣି ଏଭଳି ଚଢ଼ଉ କରାଉଥିବା ଦାବି କରି ଦିଦି ଏଭଳି ଧମକ ଦେଇଛନ୍ତି।

ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ବିଲକିସ୍ ବାନୋ ମାମଲାରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଟିଏମସି କୋଲକାତାରେ ୪୮ଘଣ୍ଟିଆ ଧର୍ମଘଟର ଆୟୋଜନ କରିବ। ବିଲକିସ୍ ବାନୋ ମାମଲାରେ ୧୧ଜଣ ଦୋଷୀଙ୍କୁ ଅଗଷ୍ଟ ୧୫ରେ ଗୁଜୁରାଟ ସରକାର ନିଜର କ୍ଷମା ନୀତି ଅନୁଯାୟୀ ମୁକ୍ତ କରିବାକୁ ଅନୁମତି ଦେବା ପରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।

Comments are closed.