ମୋର ଭୁଲ ହୋଇଛି କହିଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ ଥିଲେ। ଏପରିକି ସେ ପଇସା ଦେଇ ଫଟୋ ଉଠାଇବା ନେଇ କଟାକ୍ଷ କରିଥିଲେ। ଉର୍ଫି ଚାହତଙ୍କ ଟିପ୍ପଣୀରେ ରାଗିଯାଇ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି କହିଥିଲେ। ହେଲେ ଏବେ ସେ ନିଜର ଭୁଲ ସ୍ବୀକାର କରିଛନ୍ତି। ତାଙ୍କୁ ଏଭଳି କରିବା ଉଚିତ ନ ଥିଲା ବୋଲି ଉର୍ଫି କହିଛନ୍ତି।

ଚାହତଙ୍କ ଛାଡ଼ପତ୍ର ଏବଂ ପ୍ରେମିକଙ୍କୁ ନେଇ କହିଥିବା କଥା ପ୍ରସଙ୍ଗରେ ଉର୍ଫି କହିଛନ୍ତି, ମୋର ଭୁଲ ହୋଇଛି। ମୋତେ ତାଙ୍କ ଛାଡ଼ପତ୍ର ଉପରେ କହିବାର ନ ଥିଲା। ମୁଁ ବହୁତ ତଳସ୍ତରକୁ ଖସି ଯାଇଥିଲି। କିଏ କଣ କହୁଛି ଫରକ ପଡିବା ଉଚିତ ନୁହେଁ। ମୋତେ ଶାନ୍ତ ରହିବା ଆବଶ୍ୟକ। ଯାହା ମୁଁ ବିଶ୍ୱାସ କରେ ତା ସହ ରହିବା ଉଚିତ। ମୋ ପୋଷାକକୁ ନେଇ ସାରା ଦୁନିଆ କମେଣ୍ଟ କରେ ବୋଲି ସେ କହିଛନ୍ତି।

Comments are closed.