ପତିଙ୍କୁ ଭଡାରେ ଲଗାଇଲେ ପତ୍ନୀ

ଇଂଲଣ୍ଡ ବାସିନ୍ଦା ଲାରା ୟଙ୍ଗ । ମଧ୍ୟୟବିତ୍ତ ପରିବାରର ମହିଳା ଲାରା ଅଧିକ ରୋଜଗାର ପାଇଁ ଏକ ବିଚିତ୍ର ଉପାୟକୁ କାର୍ଯ୍ୟକାରୀ କରିଛନ୍ତି । କିଛିଦିନ ତଳେ ସେ ଏକ
ୱେବସାଇଟ ରେଣ୍ଟ ମାଇଁ ହଜବ୍ୟାଣ୍ଡ ର ଆରମ୍ଭ କଲେ । ସେଥିରେ ସମସ୍ତ ବିବରଣୀ ଦେଲେ । ଲାରାଙ୍କ ସ୍ୱାମୀ ଜେମସ୍  ସବୁପ୍ରକାର ଘରକାମରେ ନିପୂଣ କହିଲେ ଚଳେ । ବିଜୁଳି କାମଠାରୁ ଆରମ୍ଭ କରି ଘର ଆସବାପତ୍ରକୁ ଫିଟିଂ କରିବା ମରାମତି କରିବା ଇତ୍ୟାଦିରେ । ରୋଷେଇରେ ମଧ୍ୟ ସେ ଦକ୍ଷ  ।

ଲାରା  ସ୍ୱାମୀଙ୍କର ଏଇ ଗଣକୁ ସେ ୱେବ୍ସାଇଟ୍ରେ ଲେଖିବା ସହ ଦିନକ ପାଇଁ ୩୩୬୫ ଟଙ୍କା ଦେଇ ବୁକିଂ  କରିବାକୁ ପଡିବ ବୋଲି ସ୍ପଷ୍ଟ କରିଥିଲେ । ଇଂଲଣ୍ଡ ପରି ଦେଶରେ ଘରକାମ କରିବାକୁ ଲୋକ ସହଜରେ ମିଳନ୍ତି ନାହିଁ । ଘରକାମରେ ସାହାର୍ଯ୍ୟ କରୁଥିବା ଲୋକମାନେ ୍ଅଧିକ ଦରମା ନେଉଥିବାରୁ ସେଠିକାର ଲୋକ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି । ଦିନକ ହିସାବରେ କାମ କରିବାକୁ ସେସବୁ ସ୍ଥାନରେ ଲୋକ ରାଜିହୁଅନ୍ତି ନାହିଁ । ଲାରା ଏଭଲି ବିଜ୍ଞାପନ ପ୍ରଚାର କରିବା ବହୁ ଲୋକ ତାଙ୍କୁ ଯୋଗାଯୋଗ କରି ଜେମସଙ୍କୁ ପାଇଁ ଅଗ୍ରୀମ ବୁକିଂ କରୁଥିବାର ଜଣାପଡିଛି । ସମଗ୍ର ଇଂଲଣ୍ଡରେ ଏହି ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

Comments are closed.