ତଲାକ କାହାଣୀ କହିବାରୁ, ଗୁଳି କଲେ ସ୍ଵାମୀ

ନୂଆଦିଲ୍ଳୀ : ମୂଳ ପାକିସ୍ତାନୀ ଜଣେ ୨୯ ବର୍ଷିୟା ଆମେରିକୀୟ ମହିଳା ସାନିଆ ଖାନ୍‌ଙ୍କୁ ତାଙ୍କର ପୂର୍ବ ପତି ଗୁଳି ମାରି ହତ୍ୟା କରିଛନ୍ତି । ପତ୍ନୀଙ୍କୁ ହତ୍ୟା କରିବା ପରେ ପତି ନିଜକୁ ବି ଗୁଳି କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଉଭୟ ପତି-ପତ୍ନୀ କିଛି ସମୟ ପୂର୍ବରୁ ତଲାକ ନେଇଥିଲେ । ଫଳରେ ସାନିଆ ସୋସିଆଲ ମିଡିଆରେ ନିଜର ତଲାକ କାହାଣୀ ସେୟାର କରିଥିଲେ । ଯାହାକୁ ନେଇ ତାଙ୍କର ପୂର୍ବ ପତି ସାହିଲ ଅହମ୍ମଦ ବହୁତ ରାଗିଥିଲେ । ଏହାପରେ ସେ ତାଙ୍କର ତଲାକ ପତ୍ନୀଙ୍କୁ ଗୁଳି କରିଦେଇଥିଲେ ।

ଚିକାଗୋ ପୁଲିସ ଅନୁଯାୟୀ, ସାନିଆ ଖାନ୍‌ ଆମେରିକାର ଚିକାଗୋ ସହରରେ ରୁହନ୍ତି । ସାହିଲ ଓହିଓ ଷ୍ଟ୍ରିଟରେ ରହୁଥିବା ସାନିଆଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିବା ଜଣାଯାଇଛି । ସାନିଆଙ୍କ ନିକଟତମ ବ୍ୟକ୍ତିଙ୍କ ଅନୁଯାୟୀ, ସାହିଲଙ୍କ ୫ ବର୍ଷ ସମ୍ପର୍କ ପରେ ସାନିଆ ଗତବର୍ଷ ତାଙ୍କୁ ବିବାହ କରିଥିଲେ ।

ବିବାହ ପରେ ଉଭୟେ ଚକାଗୋରେ ରହୁଥିଲେ । ସାହିଲ ଦୀର୍ଘ ଦିନ ଧରି ମାନସିକ ଚାପରେ ଗତି କରୁଥିଲେ । ଯେଉଁଥିପାଇଁ ସାନିଆ ନିଜକୁ ଅସୁରକ୍ଷିତ ମନେ କରୁଥିଲେ ବୋଲି ସାନିଆ ନିଜ ବନ୍ଧୁଙ୍କ ଆଗରେ କହିଥିଲେ ।

ସାନିଆ ନେଟଓ୍ଵର୍କରେ ଶୁଣାଇଥିଲେ ନିଜ ତଲାକ କାହାଣୀ :

ରିପୋର୍ଟ ଅନୁଯାୟୀ, ସାନିଆ ନିଜର ତଲାକ କାହାଣୀ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କର ବିବାହ ଅସଫଳତା ନେଇ କିଛି ବୟାନ କରିଥିଲେ । ଯାହାକୁ ନେଇ ତାଙ୍କର ତଲାକ ପତି କ୍ରୋଧିତ ହୋଇଥିଲେ ।

Comments are closed.