କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନାହିଁ କାର୍‌

କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କର ନିଜର କାର୍‌ ନାହିଁ। କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ବେଳେ ନଗଦ ଟଙ୍କା ମାତ୍ର ୨୪ ହଜାର ଅଛି। ଗତକାଲି ଗୁଜରାଟର ଗାନ୍ଧୀନଗରରୁ ଅମିତ ଶାହ ନାମାଙ୍କନ ଦାଖଲ କରିଥିବା ବେଳେ ସାମନାକୁ ଆସିଛି ତାଙ୍କ ସତ୍ୟପାଠ ।

ନିଜ ସତ୍ୟପାଠରେ ଅମିତ ଶାହ ଦର୍ଶାଇଛନ୍ତି, ତାଙ୍କ ନିକଟରେ ୨୦ କୋଟି ଟଙ୍କାର ସ୍ଥାବର ଓ ୧୬ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ତାଙ୍କ ବାର୍ଷିକ ଆୟ ୨୦୨୨-୨୩ରେ ୭୫.୦୯ ଲକ୍ଷ ଥିଲା ।ଏବେ ବି ତାଙ୍କ ଉପରେ ୧୫.୭୭ ଲକ୍ଷ ଟଙ୍କାର ଲୋନ୍‌ ରହିଛି। ମାତ୍ର ତାଙ୍କ ପାଖରେ କେବଳ ୨୪, ୧୬୪ ଟଙ୍କା ନଗଦ ରାଶି ରହିଛି।

ଅମିତ ଶାହଙ୍କ ନିକଟରେ ୭୨ ଲକ୍ଷ ଟଙ୍କାର ଗହଣା ଥିବା ବେଳେ ସେଥି ମଧ୍ୟରୁ ସେ ସେ ୮. ୭୬ ଲକ୍ଷ ମୂଲ୍ୟର ଅଳଙ୍କାର କିଣିଛନ୍ତି।

ମାତ୍ର ଅମିତ ଶାହଙ୍କ ପତ୍ନୀଙ୍କ ନିକଟରେ ୧.୧୦ କୋଟିର ଗହଣା ରହିଛି। ଯେଉଁଥିରେ ୧୬୨୦ ଗ୍ରାମର ସୁନା ଓ ୬୩ କ୍ୟାରେଟର ହୀରା ଗହଣା ରହିଛି। ଅମିତ ଶାହଙ୍କ ପତ୍ନୀଙ୍କ ବାର୍ଷିକ ଆୟ ୩୯.୫୪ ଲକ୍ଷ ।

Comments are closed.