କାନାଡ଼ାରେ ରହିବାକୁ ଡରୁଛନ୍ତି ହିନ୍ଦୁ

ଖଲିସ୍ତାନୀ ଆତଙ୍କବାଦୀ ହରମିତ୍‌ ସିଂ ନିଜ୍ଜର ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଟ୍ରୁଡୋଙ୍କ ଦଳର ଏମ୍‌ପି ଚନ୍ଦ୍ର ଆର୍ଯ୍ୟ ଏକ ଉଲ୍ଲେଖନୀୟ ମନ୍ତବ୍ୟ ଦେଇଛନ୍ତି। କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଉଗ୍ରପନ୍ଥୀ ତତ୍ତ୍ୱମାନେ ଧମକ ଦେବା ସହ ସେମାନଙ୍କୁ ଭାରତ ଫେରିଯିବା ପାଇଁ ବାଧ୍ୟ କରୁଥିବା ଆର୍ଯ୍ୟ ଅଭିଯୋଗ କରିଛନ୍ତି।

ହିନ୍ଦୁ କାନାଡୀୟମାନେ ସତର୍କ ରହିବା ସହ ମାନସିକ ସନ୍ତୁଳନ ରକ୍ଷା କରିବାକୁ ଏବଂ କୌଣସି ଅପ୍ରତ୍ୟାଶିତ ଘଟଣା ଦେଖିଲେ ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଆର୍ଯ୍ୟ ପରାମର୍ଶ ଦେଇଛନ୍ତି। କାନାଡାରେ ଶିଖ୍‌ସ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍‌ଓ୍ବନ୍ତ ସିଂ ପନ୍ନୁନ୍‌ ନିକଟରେ ସେଠାରେ ଥିବା ହିନ୍ଦୁମାନଙ୍କୁ ଧମକ ଦେବା ସହ ଭାରତ ଚାଲିଯିବାକୁ କହିଥିଲେ।

Comments are closed.