ହିମାଚଳ କଂଗ୍ରେସ ସରକାରଙ୍କ ବଢ଼ିଲା ଅଡ଼ୁଆ, ବିଜେପି ଆଣିଲା ଅନସ୍ତା

ହିମାଚଳ ପ୍ରଦେଶରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ରାଜ୍ୟରେ ଥିବା କଂଗ୍ରେସ ସରକାରର ବଢିଲା ଅଡୁଆ। ଆଜି ବିରୋଧୀଦଳ ବିଜେପି ରାଜ୍ୟପାଳଙ୍କୁ ଭେଟି ସୁଖବିନ୍ଦର ସିଂହ ସୁଖୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। ସରକାର ଲୋକମାନଙ୍କର ଆସ୍ଥା ହରାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ସରକାରରେ ରହିବା ନୈତିକ ଦାୟିତ୍ୱ ସେ ହରାଇଛନ୍ତି ବୋଲି ବିଜେପି ନେତାମାନେ କହିଛନ୍ତି।

ହିମାଚଳ ପ୍ରଦେଶରେ ସୁଖବିନ୍ଦର ସୁଖୁଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ଆସ୍ଥା ହରାଇସାରିଛି ବୋଲି ବିରୋଧୀ ଦଳ ନେତା ଜୟରାମ ଠାକୁର ଅଭିଯୋଗ ଆରିଛନ୍ତି। ଆଜି ହିମାଚଳ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବାକୁ ଥିବାବେଳେ ଏହା ପୂର୍ବରୁ ଡିଭିଜନ୍ ଭୋଟିଂର ଦାବି କରିଛି ବିଜେପି।

Comments are closed.