ବିଧାନସଭା ବାହାରେ ହାଇଡ୍ରାମା, ମୁହାଁମୁହିଁ ହେଲେ ବିଜେଡି ଓ ବିଜେପି ବିଧାୟକ
ଭୁବନେଶ୍ୱର : ଧାନ ମଣ୍ଡି ଓ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିଧାନସଭାରେ ହଟ୍ଟଗୋଳ ଲାଗି ରହିଛି । ଏହାରି ମଧ୍ୟରେ ଆଜି ବିଧାନସଭା ବାହାରେ ଶାସକ-ବିରୋଧୀ ଦଳଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା ପାଇଁ ନବୀନ ନିବାସକୁ ଭାଜପା ବିଧାୟକମାନେ ଶୋଭାଯାତ୍ରାରେ ବାହାରିଛନ୍ତି। ଅପରପକ୍ଷେ ବିଜେଡି ବିଧାୟକମାନେ ତାଙ୍କ ପଛରେ ଆସୁଥିବା ବେଳେ ଭାଜପା ନେତାଙ୍କୁ ପାଛୋଟି ନେଉଥିବା କହିଛନ୍ତି। ସେହିଭଳି ନବୀନ ନିବାସରେ ବିଜୁ ଯୁବ, ଛାତ୍ର ଏବଂ ମହିଳା ସଦସ୍ୟମାନେ ଏକାଠି ହୋଇ ବିଧାୟକମାନଙ୍କୁ ସ୍ବାଗତ କରିବାକୁ ଛିଡ଼ା ହୋଇ ରହିଥିବା ଦେଖାଯାଇଛି। ଏହାକୁ ନେଇ ଗୃହ ବାହାରେ ଶାସକ-ବିରୋଧୀଙ୍କ ମଧ୍ୟରେ ଏକପ୍ରକାର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ନବୀନ ନିବାସ ଅଭିମୁଖେ ଗଲାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି ବିଧାୟକ । ବିଜେପି ବିଧାୟକ ପଶିବା ବେଳେ ସେମାନଙ୍କୁ ଅଟକାଇଥିଲେ ବିଜେଡି ବିଧାୟକ ।
ତେବେ ବିଧାନସଭା ଅଚଳାବସ୍ଥା ପ୍ରସଙ୍ଗକୁ ନେଇ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ବିଜେଡି ବିଧାୟକ । ଏନେଇ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ପ୍ରଣବ କହିଛନ୍ତି ଯେ, ‘ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ପ୍ରଥମେ କ୍ଷମା ମାଗନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଗୃହ ସ୍ୱାଭାବିକ ହେଉ ।
ଅନ୍ୟପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ‘୬ ଦିନ ହେଲା ଗୃହରେ ଅଚଳାବସ୍ଥା ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ପ୍ରତିଶ୍ରୁତି ଦେଲେ କ୍ଷମା ମାଗିବି ।’
Comments are closed.