ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ

ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା ପରେ ସୁରକ୍ଷା ଏଜେନ୍ସିମାନେ ଆଲର୍ଟ ହୋଇଯାଇଛନ୍ତି।

ତେବେ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜୋରି, ପୁଛ, କଠୁଆ ଓ ଡୋଡୋରେ ସୁରକ୍ଷା ବଳ ବଢାଇ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନ ଉପରେ କଡା ନଜର ରଖାଯାଇଛି। ଏଜେନ୍ସିଙ୍କୁ ସୂଚନା ମିଳିଛି କି, ଲମ୍ବା ସମୟ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ପ୍ରଭାବିତ କରିବା ପାଇଁ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

Comments are closed.