ନୂଆ ଦଳ ଗଢିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ସାଇକେଲରୁ ଓହ୍ଲାଇ ନୂଆ ଦଳ ଗଠନ କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଠାରୁ ପୂରାପୁରି ଅଲଗା ହୋଇଯାଇଛନ୍ତି। ସେ ନିଜର ଏକ ନୂଆ ଦଳ ଗଠନ କରିଛନ୍ତି। ତାଙ୍କ ଦଳର ନାଁ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ହେବ। ସୋଶାଲ ମିଡିଆ ଜରିଆରେ ସେ ତାଙ୍କ ଦଳର ପତାକା ଲଞ୍ଚ କରି ଏହି ସୂଚନା ଦେଇଛନ୍ତି। ନୀଳ, ଲାଲ ଓ ସବୁଜ ରଙ୍ଗକୁ ମିଶାଇ ତାଙ୍କର ଦଳୀୟ ପତାକା ତିଆରି କରାଯାଇଛି।

ନିକଟରେ ଅଖିଳେଶ ଯାଦବଙ୍କ ସାମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆସନ୍ତା ୨୨ ତାରିଖରେ ଦିଲ୍ଲୀ ତାଲକଟୋରା ଷ୍ଟାଡିୟମରେ ଏକ ରାଲିକୁ ସମ୍ବୋଧିତ କରିବେ। ଏହି ଦିନ ସେ ନିଜ ନୂଆ ଦଳ ଘୋଷଣା କରିବେ ବୋଲି ସୂଚନା ରହିଛି।

ଏହାରି ଭିତରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ଅଖିଳେଶ ଯାଦବଙ୍କ ନା ସରକାର ଅଛି, ନା ହିଁ ସେ କେନ୍ଦ୍ରରେ ଅଛନ୍ତି। ରାଜ୍ୟରେ ମଧ୍ୟ ସେ ନାହାନ୍ତି। ସେ ମୋତେ କିଛି ଦେବା ପାଇଁ ତାଙ୍କର କୌଣସି ଔକାତ ନାହିଁ। ଯଦି ବର୍ତ୍ତମାନ ସୁଦ୍ଧା ସେ ମୋତେ କିଛି ଦେଇଥିବେ ତା’ ହେଲେ ତାକୁ ମୁଁ ସସମ୍ମାନେ ଫେରାଇ ଦେବି ବୋଲି କହିଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ।

Comments are closed.