ଲଗାଣ ବର୍ଷା, ଖୋଲିଲା ହୀରାକୁଦର ୪ ଗେଟ
ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଖୋଲିଲା ହୀରକୁଦର ଆଉ ୪ଟି ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ୍ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।
ଲଘୁଚାପ ପରେ ଲଘୁଚାପ । ଏ ଲଘୁଚାପ ପ୍ରକୋପ ସରିନି, ଆଉ ଗୋଟିଏ ଦାନା ବାନ୍ଧିଲାଣି । ତା’ ପଛକୁ ପୁଣି ଗୋଟିଏ ଆସିବ । ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ୧୬ ତାରିଖ ଯାଏଁ । ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ । ଏମିତି ଘନଘନ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ୟ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।
ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଛେଚିବ । ସେତିକି ନୁହେଁ, ସମ୍ଭାବ୍ୟ ଲଘୁଚାପ ଛତିଶଗଡ଼ରେ ବି ପ୍ରବଳ ବର୍ଷା ଢାଳିପାରେ । ଏଭଳି ଲଗାଣ ବର୍ଷା ଡାକି ଆଣିପାରେ ବଡ଼ ବନ୍ୟାକୁ । ବିଶେଷଜ୍ଞ ସତର୍କ କରାଇଲେଣି, ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ରହିଛି । ଆଗକୁ ମହାନଦୀ ବି ଉଛୁଳିପାରେ ।
Comments are closed.