ଆଜି କେଜ୍ରିୱାଲଙ୍କ ଆବେଦନର ଶୁଣାଣି

ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ । ଆଜି ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ରାୟ ଶୁଣାଇବେ । ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମା ଆଜି ଅପରାହ୍ନ ସାଢ଼େ ୨ଟାରେ ରାୟ ଶୁଣାଇବେ । ଗିରଫଦାରି ବ୍ୟତିତ ଏବେ ତିହାର ଜେଲରେ ଥିବା କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ତାଙ୍କ ରିମାଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି । ଆବେଦନରେ ଗିରଫ କରିବାର ସମୟ ଉପରେ ପ୍ରଶ୍ନ ଉଠାଯାଇଛି । ଏପରି ହେବା ଗଣତନ୍ତ୍ର, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସମେତ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ।

ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନକୁ ବିରୋଧ କରି ଯୁକ୍ତି ବାଢ଼ିଛି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ସେହିପରି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମଧ୍ୟ କେଜ୍ରିୱାଲଙ୍କ ଓକିଲଙ୍କୁ ଭେଟିବା ପାଇଁ ଅତିରିକ୍ତ ସମୟ ମାଗିଥିବା ଆବେଦନ ଉପରେ ରାୟ ଶୁଣାଇବେ ।

ମନି ଲଣ୍ଡରିଂ ଏଜେନ୍ସିର କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ମାର୍ଚ୍ଚ ୨୧ ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତ ଅବଧି ସରିବା ପରେ ତାଙ୍କୁ ନିମ୍ନ ଅଦାଲତରେ ହାଜର କରାଯିବା ପରେ ଏପ୍ରିଲ ୧ ତାରିଖରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Comments are closed.