ଜିଲ୍ଲାସ୍ତରରେ ‘ଦମନ’ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ

ଭୁବନେଶ୍ୱର : ମ୍ୟାଲେରିଆ ସହ ଉପାନ୍ତ ଅଞ୍ଚଳର ଲଢ଼େଇକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଲାଗି ‘ଦମନ’ ଚଳଚ୍ଚିତ୍ରର ପ୍ରଦର୍ଶନ ବ୍ୟବସ୍ଥା ହେବ । ଏଥିଲାଗି ସ୍ୱାସ୍ଥ୍ୟ ବିଭାଗ ଟଙ୍କା ଦେବ । ଆବଶ୍ୟକତା ଅନୁସାରେ ସୋ ପିଛା ସର୍ବାଧିକ ୪୦ ହଜାର ଟଙ୍କା ଦିଆଯିବ ବୋଲି ଏସଆରସି ଚିଠିରେ ଉଲ୍ଲେଖ କରିଛନ୍ତି ।

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ‘ଦମନ’ର ପ୍ରଦର୍ଶନ ଲାଗି ଜିଲ୍ଲାପାଳମାନେ ଜିଲ୍ଲା ଓ ଉପଖଣ୍ଡସ୍ତରରେ ହଲ୍ ବୁକ୍ କରିବେ । ପୂର୍ବରୁ ଲୋକସେବା ଭବନରେ ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼଼ିଆ ଫିଲ୍ମ ‘ଦମନ’କୁ କର ମୁକ୍ତ ଘୋଷଣା କରିଛନ୍ତି ।

ବିଶିଷ୍ଟ ସିନେ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୈ।ର୍ଯ୍ୟଙ୍କ ନିର୍ଦ୍ଦେଶିତ ‘ଦମନ’ଏକ ସତ୍ୟ ଘଟଣା ଉପରେ ଆଧାରିତ ତଥା ସମ୍ପୂର୍ଣ୍ଣ ଅଣପାରମ୍ପରିକ କଥାବସ୍ତୁ ଉପରେ ପର୍ଯ୍ୟବେଷିତ ଓଡ଼ିଆ ଚଳଚ୍ଚିତ୍ର ଭାବରେ ବିପୁଳ ସଫଳତା ସାଉଁଟି ସାରିଛି । କେବଳ ଓଡ଼ିଶାରେ ନୁହେଁ ରାଜ୍ଯ ବାହାରେ ମଧ୍ଯ ପୂର୍ଣ୍ଣ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଛି ।

Comments are closed.