ରାଜୁ ଶ୍ରୀବସ୍ତାବଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଳୀ : କମେଡି ସହିତ ଲୋକଙ୍କ ମୁହଁରେ ହସ ଫୁଟାଉଥିବା ଅଭିନେତା ରାଜୁ ଶ୍ରୀବାସ୍ତବ ଆଜି ନିଜେ ଚୁପ ଅଛନ୍ତି। ୧୧ ଦିନ ଧରି ଏମ୍ସ ଡାକ୍ତରଖାନାରେ ଚେତାଶୂନ୍ୟ ଅବସ୍ଥାରେ ଚିକିତ୍ସିତ ହେଉଥିବା ରାଜୁଙ୍କ ମଙ୍ଗଳ ପାଇଁ ସାରା ଦେଶରେ ପ୍ରାର୍ଥନା କରାଯାଉଛି। ରାଜୁଙ୍କ ସ୍ବାସ୍ଥ୍ୟ ସହ ଜଡିତ ବିଭିନ୍ନ ଖବର ପ୍ରତିଦିନ ପ୍ରକାଶ ପାଉଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇପଡିଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ରାଜୁଙ୍କ ଅବସ୍ଥା ସମ୍ପର୍କରେ ସର୍ବଶେଷ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଏବଂ ସେ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହେଉନାହିଁ। ଏପର୍ଯ୍ୟନ୍ତ ତାଙ୍କ ବେନ୍‌ ଡେଡ୍‌ ହୋଇନାହିଁ। ନାହିଁ। ଆସନ୍ତା ୨୪ ଘଣ୍ଟା ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ଅଗଷ୍ଟ ୧୦ରେ, ସକାଳ ପ୍ରାୟ ୧୧ଟା ସମୟରେ ରାଜୁ ଶ୍ରୀବାସ୍ତବ ଦକ୍ଷିଣ ମୁମ୍ବାଇର ଏକ ଜିମରେ ଟ୍ରେଡ ମିଲରେ ବୁଲୁଥିବା ସମୟରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।
ରାଜୁ ଶ୍ରୀବାସ୍ତବ ଦେଶର ଜଣେ ଜଣାଶୁଣା ହାସ୍ୟ ଅଭିନେତା। ସେ ଅନେକ ଲୋକପ୍ରିୟ ଟିଭି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ରାଜୁ ମଧ୍ୟ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଚେୟାରମ୍ୟାନ ଅଛନ୍ତି।

Comments are closed.