କଫିରେ ମିଶାଇ ପିଅନ୍ତୁ ଘିଅ

ଓଜନ କମାଇବାକୁ ଆଜିକାଲି ଲୋକମାନେ କଫି ବା ବ୍ଲାକ୍‌ କଫି ପିଉଛନ୍ତି। ଏହା ଶରୀରରୁ ମେଦକୁ ହ୍ରାସ କରେ। କିନ୍ତୁ ଏବେ ଲୋକମାନେ କଫିରେ ଘିଅ ମିଶାଇ ପିଉଥିବା ଦେଖାଯାଇଛି। ଘିଅ କଫି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏବେ ଏହା କିଛି ଲୋକଙ୍କ ମଧ୍ୟରେ ଟ୍ରେଣ୍ଡ୍‌ରେ ରହିଛି। ଖାସ୍‌ କରି ବଲିଉଡ୍‌ ଅଭିନେତ୍ରୀମାନେ ଏହି କଫିକୁ ଅଧିକ ପିଉଛନ୍ତି। ଘିଅ କଫି ପାଟିକୁ ଟେଷ୍ଟି ଲାଗିବା ସହ ଶରୀର ପାଇଁ ମଧ୍ୟ ଭଲ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ…

ଘିଅ କଫିର ଫାଇଦା:
ଶରୀରର ମେଟାବଲିଜିମ୍‌କୁ ବଢ଼ାଇବାରେ ଘିଅ କଫି ସାହାଯ୍ୟ କରେ। ଫଳରେ ଓଜନ ଶୀଘ୍ର କମିଥାଏ।

ଘିଅରେ କ୍ୟାଲସିୟମ୍‌ର ପରିମାଣର ଅଧିକ ରହିଥାଏ। ଯାହା ଶରୀରରେ ଅମ୍ଳ କ୍ଷରଣକୁ କମ୍‌ କରାଏ। ଫଳରେ ଘିଅ କଫି ଏସିଡ୍‌ର ମାତ୍ରାକୁ କମ୍‌ କରିଥାଏ।

ଘିଅ କଫି ସେବନ କରିବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। କଫି ଖାଦ୍ୟର ପାଚନରେ ସାହାଯ୍ୟ କରିଥାଏ।
କଫିରେ ଘିଅ ମିଶାଇ ପିଇଲେ ଶରୀରର ଫୁଲା ରୋଗ ଭଲ ହୁଏ। ଏହା ଅନ୍ତକୁ ମଜଭୁତ କରିବାର ଅଧିକ ମାତ୍ରାରେ ସହାୟକ ହୋଇଥାଏ।

ଘିଅ କଫି ହରମୋନ୍‌ ଉତ୍ପାଦନକୁ ତ୍ୱରାନ୍ଵିତ କରି ଥାଏ। ଫଳରେ ମୁଡ୍‌ ଭଲ ଓ ଫ୍ରେସ୍‌ ରହେ।

ଘିଅ କଫି ପିଇବା ଦ୍ୱାରା ଶରୀରକୁ ଏନର୍ଜି ମିଳିଥାଏ। ଏଥିସହ ଏକାଗ୍ରତା ଶକ୍ତି ମଧ୍ୟ ବଢ଼ିଥାଏ।

ଘିଅ କଫି ତିଆରି କରିବା ପ୍ରଣାଳୀ:
ପ୍ରଥମେ କଫିରେ ପାଣିରେ ଦେଇ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟି ଗଲେ ସେଥିରେ ଘିଅ ପକାଇ ଆଉ କିଛି ସମୟ ପାଇଁ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏବେ ଏହାକୁ ଛାଣି ଗରମାଗରମ ପିଅନ୍ତୁ। ଘିଅ କଫି ଥଣ୍ଡାକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ।

Comments are closed.