ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରି କହିଥିଲେ ଏମିତି, ପରେ…

କେନ୍ଦୁଝର ସଦର ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏଭଳି ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏହାକୁ ନେଇ ପୋଲିସ ବିଭାଗର ଅଧିକାରୀମାନେ ଚୁପ୍‌ ରହିଥିବାରୁ ଘଟଣାର ସତ୍ୟତା ଜଣାପଡ଼ିନାହିଁ। ତେବେ ଉକ୍ତ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ଅଭିଯୋଗ କରିଥିବା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଭାଇରାଲ କରାଯାଇଛି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଇନ୍‌ଷ୍ଟାଗ୍ରାମରେ ବିଭିନ୍ନ ପ୍ରକାର ଗାଳିଗୁଲଜ କରୁଥିବା ନେଇ ରବିବାର ଯୁବମୋର୍ଚ୍ଚା ପକ୍ଷରୁ ଅତିରିକ୍ତ ଏସ୍‌ପିଙ୍କୁ ଦାବିପତ୍ର ଦିଆଯାଇଥିଲା। ଏ ନେଇ ଏସ୍‌ପିଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ ଉଠାଇ ନ ଥିଲେ। ସାଇବର ଥାନା ଅଧିକାରୀ ସେରୋଫିନା ସେସ କହିଛନ୍ତି, ଏହାର ତଦନ୍ତ ଡିଆଇବି ଡିଏସ୍‌ପି କରୁଛନ୍ତି, ସେ କହିପାରିବେ।

Comments are closed.