ଆଜିଠୁ ଇସ୍ରାଏଲ ହମାସ୍ ଯୁଦ୍ଧ ବନ୍ଦ ?

ଇସ୍ରାଏଲ ଓ ହମାସ ମଧ୍ୟ ଚାଲିଥିବା ଯୁଦ୍ଧ ଭିତରେ ବଡ଼ ଘୋଷଣା କରିଛି କାତାର । ଆଜିଠାରୁ ଗାଜାରେ ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା ହୋଇଛି । ଏହାସହ ଆଜି ଅପରାହ୍ଣ ସୁଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଭାରତୀୟ ସମୟ ଅନୁସାରେ ସକାଳ ୭ଟାରୁ ଅସ୍ତ୍ରବିରତି ଆରମ୍ଭ ହୋଇଛି । ସ୍ଥାନୀୟ ସମୟ ଅପରାହ୍ନ ୪ଟା ବା ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୭ଟାରେ ବନ୍ଧକମାନଙ୍କୁ ମୁକ୍ତ କରାଯିବ । ଶିଶୁ ଓ ମହିଳାଙ୍କ ସମେତ ୧୩ ଜଣଙ୍କୁ ମୁକ୍ତ କରାଯିବ । ଇସ୍ରାଏଲର ଗୁଇନ୍ଦା ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ପଣବନ୍ଦୀଙ୍କ ତାଲିକା ହସ୍ତାନ୍ତର କରାଯାଇଛି । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇ ନ ଥିଲା । ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନିଆ ଅସ୍ଥାୟୀ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ ପାଇଛି । ଏହି ଚୁକ୍ତି ଅନୁସାରେ, ୧୫୦ ଜଣ ପାଲେଷ୍ଟାଇନ୍ କଏଦୀଙ୍କୁ ମୁକ୍ତ କରିବା ବଦଳରେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ । ଆମେରିକା, ଇସ୍ରାଏଲ ଓ ଇଜିପ୍ଟ ମଧ୍ୟରେ ହୋଇଥିବା ରାଜିନାମାକୁ ଇସ୍ରାଏଲ କ୍ୟାବିନେଟ୍ ୩୫-୩୫ ଭୋଟ୍ରେ ଅନୁମୋଦନ କରିଛି ।

Comments are closed.