ହାପି ବାର୍ଥ ଡେ’ ସୁର ଭାଇ

ଭୁବନେଶ୍ୱର : ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ।

ନିଜ ବିନ୍ଦାସ ଅନ୍ଦାଜ ଓ କୌତୁକିଆ କଥାବାର୍ତ୍ତା ପାଇଁ ଲୋକେ ସୁରଙ୍କୁ ବେଶ୍ ପ୍ରଶଂସା କରନ୍ତି। ମାଡ଼ି ଚାଲ କହି କର୍ମୀ ଓ ସମର୍ଥକଙ୍କୁ ଉତ୍ସାହିତ କରନ୍ତି ସୁର। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ମନମତାଣିଆ ବି। ବୟସାଧିକ୍ୟ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯୁବକ ଭଳି ସୁସ୍ଥ ରଖିଛନ୍ତି।

Comments are closed.