କେଶ ପ୍ରତି ହୋଇଯାଆନ୍ତୁ ସାବଧାନ
ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତେ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ପାଣିପାଗ ପରିବର୍ତ୍ତନ ଆମମାନଙ୍କର ଜୀବନଶୈଳୀ ଉପରେ ଅନେକାଂଶରେ ପ୍ରଭାବ ପକାଇଥାଏ। ତାହା ମଧ୍ୟରୁ ହଜମ ସମସ୍ୟା, ବ୍ରଣ, କେଶଝଡ଼ିବା ପ୍ରମୁଖ। ତେବେ ଏହାକୁ ଅନେକ ଉପଚାର କରାଯାଇ ରୋକାଯାଇ ପାରିବ। ତେବେ ବର୍ଷା ଋତୁରେ ଅଧିକ କେଶ ସମସ୍ୟା ଦେଖାଯାଇଥାଏ। କାହିଁକି ନା ବର୍ଷାରେ କେଶ ଓଦା ହେବା କାରଣରୁ କେଶ ମୂଳରୁ ଦୁର୍ବଳ ହୋଇଯାଇଥାଏ। ଯେଉଁଥିପାଇଁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଦୂର କରିବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଜାଣନ୍ତୁ ସେ ସମ୍ପର୍କରେ …
୧-ବର୍ଷାରେ କେଶ ଓଦା ହେଲେ ଭଲ ସାମ୍ପୁ ବ୍ୟବହାର କରି ସଫା ପାଣିରେ କେଶକୁ ଧୋଇ ଏକ ସଫା ଟାଓ୍ବେଲ୍ରେ ଫୋଛି ନିଅନ୍ତୁ ଏବଂ ଭଲଭାବେ ଶୁଖିବା ପରେ ବାନ୍ଧନ୍ତୁ ।
୨- ମୌସୁମୀରେ ବର୍ଷା ନ ହେବା ସମୟରେ ବି ଘରୁ ବାହାରକୁ ଯିବାବେଳେ କେଶକୁ ସ୍କାର୍ଫ କିମ୍ବା ଟୋପିରେ ଘୋଡାଇ ରଖିବା ଉଚିତ୍। ଏହା ଦ୍ୱାରା କେଶ ଭିତରୁ ଧୂଳି ଯାଇପାରେ ନାହିଁ।
୩- ବର୍ଷା ରୁତୁରେ କେଶ ସମସ୍ୟାକୁ ଦୂର କରିବାକୁ ହେଲେ କେଶ ପାଇଁ ସିରମ ବ୍ୟବହାର କରିବା ସହ କେଶକୁ ଭଲଭାବେ କଣ୍ଡିସନର କରନ୍ତୁ।
୪- ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଖାଦ୍ୟ। ସୁସ୍ଥ କେଶ ପାଇ ପୃଷ୍ଟିସାର ଖାଦ୍ୟ ଖାଇବା ଉଚିତ୍। ତେଲ ଯୁକ୍ତ ଏବଂ ଜଙ୍କ୍ ଫୁଡ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସବୁପ୍ରକାର ପନିପରିବା ଖିବା ସହ ଦୈନିକ ଖାଦ୍ୟରେ ସାଲାଡ୍ ସାମିଲ୍ କରିବାକୁ ଭୁଲନ୍ତୁ ନାହିଁ।
Comments are closed.