ଆଜିଠୁ ଆରମ୍ଭ ହେଲା ଜିଏସଟି କାଉନସିଲ ବୈଠକ
ଭୁବନେଶ୍ୱର: ଆଜି ଜିଏସଟି କାଉନସିଲ ବୈଠକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚଣ୍ଡିଗଡ ଠାରେ ୨୮ ଓ ୨୯ ଦୁଇ ଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ। ୬ମାସର ବ୍ୟବଧାନ ପରେ ପୁଣିଥରେ ଜିଏସଟି କାଉନସିଲ ବୈଠକ ବସୁଥିବା ବେଳେ ଏଥିରେ ହାତଗଣତି କିଛି ସାମଗ୍ରୀ ଉପରେ ସେବା ଟିକସ ବୃଦ୍ଧି ହାରରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ପ୍ରାୟ ୨୧୫ ରୁ ଅଧିକ ସାମଗ୍ରୀ ଉପରେ ସେବା ଟିକସରେ ପରିବର୍ତ୍ତନ ହୋଇପାରେ ବୋଲି ସମୀକ୍ଷକ ମାନେ ଆକଳନ କରିଛନ୍ତି।
ଏଥି ସହିତ ରାଜ୍ୟମାନଙ୍କୁ GST କ୍ଷତିପୂରଣ ସମୟ ସୀମାରେ କେନ୍ଦ୍ର ସରକାର ଆଉ ଚାରି ବର୍ଷ ବୃଦ୍ଧି କରିଥିବା ବେଳେ ଏହି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
Comments are closed.