ଶିବରାଜ ସିଂହ ଚୌହାନଙ୍କ ମହାନତା

ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁ ଡାକି କ୍ଷମା ମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ଆଗକୁ ନିର୍ବାଚନ ଥିବା ବେଳେ ଉକ୍ତ ଘଟଣାକୁ ନେଇ ବେଶ ବିବାଦ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କୁ ଶ୍ରୀ ଚୌହାନ ନିଜ ସରକାରୀ ବାସଭବନକୁ ଡାକିଥିଲେ।

କ୍ୟାମେରା ସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ। ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ। ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି। ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ ପ୍ରତିଶ୍ରୁତି ଦେଇଛନ୍ତି।

କିଛି ଦିନ ତଳେ ପ୍ରବେଶ ଶୁକ୍ଳା ସିଧି ଜିଲ୍ଲାରେ ଆଦିବାସୀ ଶ୍ରମିକ ରାୱତଙ୍କ ଉପରେ ପରିସ୍ରା କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତାକୁ ଗିରଫ କରିଥିଲା। ତା’ ବିରୋଧରେ ଏନଏସ୍‌ଏ ଲାଗିଛି। ପ୍ରଶାସନ ପ୍ରବେଶ ଶୁକ୍ଳାର ବେଆଇନ ଘର ଉପରେ ମଧ୍ୟ ବୁଲଡୋଜର ଚଢ଼ାଇ ଦେଇଛି।

ତଥାପି ଆଦିବାସୀ ଶ୍ରମକିଙ୍କ ଏପରି କଦର୍ଯ୍ୟ କାମକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ। ଏପରି କି ପ୍ରବେଶ ଶୁକ୍ଳାର ଲିଙ୍କ ବିଜେପି ସହ ଥିବା ମଧ୍ୟ କିଛି ଫଟୋ ବିରୋଧୀ ଦଳଗୁଡ଼ିକ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଆଦିବାସୀ ସଂପ୍ରଦାୟର ଲୋକମାନେ ଏପରି ଅମାନବୀୟ କାଣ୍ଡ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ।

Comments are closed.