ଘଡ଼ିଆଳ ମୃତଦେହରେ ଲାଗିଛି ଜିପିଏସ
ସମ୍ବଲପୁର: ଆଜି ସକାଳେ ମହାନଦୀର ମାରୱାଡ଼ିପଡ଼ା ଘାଟି ନିକଟରୁ ଏକ ଘଡ଼ିଆଳ କୁମ୍ଭୀରର ମୃତଦେହକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, କୁମ୍ଭୀରଟି ନଦୀ ଘାଟରେ ଭାସୁଥିବାର ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ମୃତ ଦେହକୁ ଉଦ୍ଧାର କରିଛି ।
କୁମ୍ଭୀରର ମୃତଦେହ ବ୍ୟବଚ୍ଛେଦ ପାଇଁ ଓୟୁଏଟି ପଠାଯିବ । ଏହା ଘଡ଼ିଆଳ କୁମ୍ଭୀରଟିର ଲମ୍ବ ୮ଫୁଟ ହୋଇଥିବା ବେଳେ ୨ ଫୁଟ ୫ ଇଞ୍ଚ ମୋଟା ଥିବା ସୂଚନା ମିଳିଛି । ତେବେ ମୃତ କୁମ୍ଭୀରଟିର ଲାଞ୍ଜରେ ଏକ ଜିପିଏସ ଆଣ୍ଟିନା ଲାଗିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିପିଏସ ଲାଗିଥିଲେ ମଧ୍ୟ କିପରି ଏହାକୁ ଟ୍ରାକ କରାଯାଇପାରିଲା ନାହିଁ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏହି ମୃତ କୁମ୍ଭୀରଟି ସାତକୋଶିଆରୁ ଆସିଥିବା ବନବିଭାଗ ତରଫରୁ କୁହାଯାଇଛି ।
Comments are closed.