ବନ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବନ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାପାଳ ନିଜ ନିଜ ଜିଲ୍ଲାରେ ବିଭିନ୍ନ ସ୍କୁଲକୁ ଆସନ୍ତାକାଲି ପର୍ୟ୍ୟନ୍ତ  ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି।

ସେ ଆହୁରି କହିଛନ୍ତି,  ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ। ତେଣୁ ନଦୀ ବନ୍ଧକୁ ଜଗିବା ଜରୁରୀ । ଆଗାମୀ ୪୮ ଘଣ୍ଟା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତକାଲି ରାତି ୯ଟାରୁ ୧୨ଟା ଭିତରେ ଖଇରମାଳରେ ସର୍ବାଧିକ ୧୨.୦୬ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିଛି । କାଲି ଖଇରମାଳ ପାସ୍ କରିଥିବା ପାଣି ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ। ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ସର୍ବାଧିକ ସାଢ଼େ ୧୧ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିପାରେ। ତେଣୁ ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

ହୀରାକୁଦକୁ ଏବେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୮ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୪୫ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି । ୮ଟି ଗେଟ୍ ବନ୍ଦ କରି ଦିଆଯାଇଥିବା ବେଳେ ୨୬ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଆଉ କେତୋଟି ଗେଟ୍ ଖୋଲାଯିବଳ ସେ ନେଇ ଆଜି ଅପରାହ୍ନ ୩ଟାରେ ବସିବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Comments are closed.