ଚାଷୀ ଆନ୍ଦୋଳନକୁ ନେଇ ଆସିଲା ଖୁସି ଖବର

ଚାଷୀ ଆନ୍ଦୋଳନ ୨୯ ତାରିଖ ଯାଏଁ ସ୍ଥଗିତ ରହିବା ପରେ ଦିଲ୍ଲୀ ସୀମା ଧିରେ ଧିରେ ଖୋଲୁଛି । ପଞ୍ଜାବ ଓ ହରିୟାଣାକୁ ଯୋଗା ଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି । ଦୀର୍ଘ ୧୨ ଦିନ ପରେ ଖୋଲୁଛି ଦିଲ୍ଲୀ ସୀମା । ଶମ୍ଭୁ ବର୍ଡରରେ ଲାଗିଥିବା ବ୍ୟାରିକେଡ ହଟାଇ ଦିଲ୍ଲୀକୁ ଯାତାୟତର ପାଇଁ ବାଟ ଫିଟାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲେନ ଖୋଲିବାକୁ ନିଷ୍ପତି ନେଇଛି ଦିଲ୍ଲୀ ପୋଲିସ ।

ଆଜି ସନ୍ଧ୍ୟା ସୁଦ୍ଧା ଶମ୍ଭୁ ଓ ଟ୍ରିକି ବର୍ଡରରେ ଯାତାୟତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଚାଷୀଙ୍କ ଆନ୍ଦୋଳନ ଡାକରା ପରେ ଫେବୃଆରି ୧୩ ତାରିଖରୁ ଦୀଲ୍ଲୀ ସୀମାକୁ ସିଲ କରାଯାଇଥିଲା । ଫଳରେ ସୀମାବର୍ତ୍ତୀ ଅଞ୍ଚଳର ରୋଗୀ ଚିକିତ୍ସା ସେବା ପାଇଁ ହଇରାଣ ହେଉଥିଲେ ଏବଂ ବ୍ୟବସାୟ ଓ ଶିଳ୍ପ ସଂସ୍ଥା ବିପୁଳ କ୍ଷତି ହେବାର ଆଶଙ୍କା କରୁଥିଲେ ।

 

ଚାଷୀ ଆନ୍ଦୋଳକୁ ୨୯ ତାରିଖ ଯାଏଁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବାରୁ ଦିଲ୍ଲୀ ପୋଲିସ ଯାତାୟାତ ଲାଗି ସିଲ ସୀମାକୁ ଖୋଲିବାକୁ ନିଷ୍ପତି ନେଇଛି । ଯାହା ଦିଲ୍ଲୀ ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।

 

Comments are closed.