ଗଲେ କୁଆଡେ଼ ଆପ ବିଧାୟକ

ନୂଆଦିଲ୍କୀ: କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି(ଆପ୍‌)ର ପ୍ରାୟ ୨୫ ଜଣ ବିଧାୟକ ହଠାତ୍‌ କେଉଁ ଆଡ଼େ ଚାଲିଯାଇଥିବା ଜଣାପଡ଼ିଛି। ସେମାନଙ୍କ ସହ ଦଳୀୟ ନେତାମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିବା ଜଣାପଡ଼ିଛି।

କିଛି ଦିନ ହେଲା ଆପ୍‌ର ବିଧାୟକମାନଙ୍କୁ ବିଜେପି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରି ଆସୁଛି। ଏବେ କିଛି ବିଧାୟକଙ୍କ ପତ୍ତା ନ ମିଳିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ବାଦ ବିବାଦ ଭିତରେ ଆପ୍‌ ପକ୍ଷରୁ ଜରୁରୀ ବୈଠକ ଡକା ଯାଇଛି। ବୈଠକରେ ଦଳର ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ଆଉ କିଛି ସମୟ ପରେ ଆରମ୍ଭ ହେବାକୁ ଥିବା ଜରୁରୀ ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଧ୍ୟକ୍ଷତା କରିବେ। ସମସ୍ତଙ୍କୁ ଦିନ ୧୧ଟା ସୁଦ୍ଧା ବୈଠକକୁ ଆସିବାକୁ କୁହାଯାଇଥିଲା।

Comments are closed.