ସ୍କୁଲରେ ନାମ ଲେଖାଇଲେ ମିଳେ ସୁନା ଓ ଟଙ୍କା : ଜାଣନ୍ତୁ ଏହି ସ୍କୁଲ ବିଷୟରେ
ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ପାଇଁ ସରକାର ଭିନ୍ନ ଭିନ୍ନ ପ୍ରକାର ଯୋଜନା କରିଥାନ୍ତି । ହେଲେ ଏଭଳି ଏକ ନିୟମ କରାଯାଇଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାମିଲନାଡୁ କୋଏମ୍ବାଟୁରର ଏକ ସରକାରୀ ପ୍ରାଇମେରି ସ୍କୁଲରେ ନାମ ଲେଖାଇଲେ ମିଳେ ଏକ ଗ୍ରାମ ସୁନା ଓ ୫ହଜାର ଟଙ୍କା । ଏଥିପାଇଁ ସ୍କୁଲ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ସ୍ଥାନୀୟ ଗ୍ରାମରେ ଥିବା ସ୍କୁଲକୁ କୌଣସି ପିଲା ଯାଉ ନଥିବାରୁ ଅଭିଭାବକଙ୍କୁ ଆକର୍ଷିତ କରିବା ଲାଗି ଏଭଳି ନିୟମ କରାଯାଇଥିବା ଜଣାପଡିଛି । ଫଳରେ ଏହି ଆକର୍ଷିତ ହୋଇ ନାମ ଲେଖାଉଥିବା ପ୍ରଥମ ୧୦ପିଲାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ ବୋଲି ପ୍ରଧାନଶିକ୍ଷକ ରାଜେଶ ଚନ୍ଦ୍ରକୁମାର ସୂଚିତ କରିଛନ୍ତି । ଏହି ମଧ୍ୟରେ ୩ଜଣ ପିଲା ନାମ ଲେଖାଇଛନ୍ତି । ଏହି ଗ୍ରାମରେ ବାସ କରୁଥିବା ପରିବାରର ପିଲାମାନେ ଅଧିକାଂଶ ଘରୋଇ ସ୍କୁଲକୁ ଯାଉଥିବାରୁ ଏଭଳି ଅଭିନବ ଉପାୟ କରାଯାଉଥିବା ପ୍ରଧାନଶିକ୍ଷକ କହିଛନ୍ତି ।
Comments are closed.