୧୮ରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର

କେନ୍ଦୁଝର,୪ ।୧ : କରୋନା ସଂକ୍ରମଣ କମିବାରୁ ଧିରେ ଧିରେ ରାଜ୍ୟର ଧର୍ମାନୁଷ୍ଠାନଗୁଡିକ ଖୋଲିବାରେ ଲାଗିଛି । ପୁରୀ ଶ୍ରୀମନ୍ଦିର, ଗଞ୍ଜାମ ଓ ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ପରେ ଆସନ୍ତା ଜାନୁଆରୀ ୧୮ ତାରିଖରେ କେନ୍ଦୁଝରର ଘଟଗାଁ ତାରିଣୀ ମନ୍ଦିର ଖୋଲିବାକୁ ଯାଉଛି । ଜାନୁଆରୀ ୭ରୁ ଜିଲ୍ଲାର ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।

ତେବେ ଶ୍ରୀମନ୍ଦିର ଖୋଲାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନ ସହ ଆଜି ଠାରୁ ଗଞ୍ଜାମରେ ଖୋଲିଛି ସମସ୍ତ ମନ୍ଦିର । କୋଭିଡ ଗାଇଡଲାଇନ ମାନି ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରୁଛନ୍ତି। କରୋନା କଟକଣା ମଧ୍ୟରେ ଖୋଲିଛି ମନ୍ଦିର। ଗଞ୍ଜାମ ବ୍ରହ୍ମପୁରର ପ୍ରସିଦ୍ଧ ନୀଳକଣ୍ଠ ନଗର ଶିବ ମନ୍ଦିର ସହ ଅନ୍ୟାନ୍ୟ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ଦର୍ଶନ ଆରମ୍ଭ କରିଛନ୍ତି।

Comments are closed.