କ୍ଷମତା ନିଶାରେ ଗେହେଲଟ,କଣ କରିବେ ନିଷ୍ପତ୍ତି ନେଇପରୁନାହାନ୍ତି

ଜୟପୁର: ଗେହଲଟ ଅଧ୍ୟକ୍ଷ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କର ରାଜସ୍ଥାନ ମୋହ ଭାଙ୍ଗୁନି। ବର୍ତ୍ତମାନ ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଯଦି ସେ ଅଧ୍ୟକ୍ଷ ନିର୍ବାଚନ ଜିତିବେ, ତା’ହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଏପରି ସ୍ଥିତିରେ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ। ହେଲେ ଗେଟଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ସଚିନ ପାଇଲଟଙ୍କୁ ଦେଖିବାକୁ ଚାହୁଁ ନାହାନ୍ତି।

୨୦୨୦ରେ ସଚିନ ପାଇଲଟ ହିଁ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଅବଶ୍ୟ ପରବର୍ତ୍ତୀ ଅବସ୍ଥାରେ ଗାନ୍ଧି ପରିବାରର ହସ୍ତକ୍ଷେପ ଯୋଗୁ ସବୁ କିଛି ସମାଧାନ ହୋଇଥିଲା। କିନ୍ତୁ ଗେହଲଟ ସେବେଠାରୁ ପାଇଲଟଙ୍କ ଉପରେ ଖପ୍ପା ହୋଇଛନ୍ତି। ଏଥିପାଇଁ ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦେବା ମୁଡରେ ନାହାନ୍ତି। ଗାନ୍ଧି ପରିବାର ବାରମ୍ବାର ଗେହଲଟଙ୍କୁ ବୁଝାଉଥିଲେ ମଧ୍ୟ ସେ ରାଜସ୍ଥାନର ଆଳ ଦେଖାଇ ନିଜ ଜିଦରେ ଅଟଳ ରହିଛନ୍ତି।

ଗେହଲଟ ନିଜ ଇଚ୍ଛାରେ ମୁଖ୍ୟମନ୍ତ୍ରୀ ଚୟନ କରିବେ ନା ସଚିନ ପାଇଲଟଙ୍କୁ ଦାୟିତ୍ୱ ଦେବେ? ସେହିପରି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ନା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବଦଳିବେ? କ’ଣ ଗେହଲଟ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଉ କିଛି ସମୟ ନେବେ କି? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି। ଏହାବାଦ ୱାନ ମ୍ୟାନ, ୱାନ ପୋଷ୍ଟ ନିୟମ ମଧ୍ୟ ଗେହଲଟଙ୍କ ଆଗରେ ସମସ୍ୟା ଭାବେ ଉଭା ହୋଇଛି।

Comments are closed.