ଜବତ ହେଲା 100 କେଜିରୁ ଉର୍ଧ୍ଵ ଗଂଜେଇ
କଟକ(ମନୋଜ କୁମାର ଦାସ) : ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ପକ୍ଷରୁ ଏକ କ୍ୟୁଣ୍ଟାଲରୁ ଉର୍ଧ୍ଵ ଗଂଜେଇ ଜବତ କରାଯାଇଛି | ଯାହାର ଆନୁମାନିକ ମୂଲ୍ୟ 5 ଲକ୍ଷ 3 ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି | ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଗୋପାଳପୁରର 26 ବର୍ଷୀୟ ଗାଡି ଚାଳକ ମନୋଜ ବାଳିଆରସିଂ ଏବଂ ଗଂଜାମ ସୋରଡ଼ାର 22 ବର୍ଷୀୟ କୀର୍ତନ ଗୌଡ଼ଙ୍କ ନିକଟରୁ ଏହି ଗଂଜେଇ ଜବତ କରାଯିବା ସହ ଏକଜ ମହିନ୍ଦ୍ର| ପିକଅପ ଭ୍ୟାନ୍(OD 33 AC 9120) ମଧ୍ୟ ଜବତ କରାଯାଇଛି | ଏହି ପରିପ୍ରେକ୍ଷୀରେ NDPS ଆକ୍ଟର ସେକସନ 20 ଅନୁଯାୟୀ PR ନମ୍ବର 265 / 21-22 ରେ ମାମଲା ପଂଜିକୃତ ହୋଇଛି | ଏହି ଚଢ଼ାଉରେ ଇନ୍ସିପେକ୍ଟର ଉମାକାନ୍ତ ସ୍ୱାଇଁ , ସଚିନ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ |
Comments are closed.