ଜବତ ହେଲା ୬୦ କେଜି ଗଞ୍ଜେଇ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୦ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର୍‌ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଏମ୍‌.ଡି ଫେଜଲ୍‌ ଖାନ୍‌, ପୀତବାସ ଗମାଙ୍ଗ, ଜିରିମାୟା ଗମାଙ୍ଗ, ବେଲସେନ ଶବର। ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଖଲ୍ଲିକୋଟ ଅଞ୍ଚଳରେ ଚଢ଼ାଉ କରିଥିଲା। ବିଭିନ୍ନ ସ୍ଥାନରୁ ୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ଜବତ ହୋଇଥିଲା। ଗଞ୍ଜେଇ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ଅଣାଯାଇ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ବୋଲି ସୂଚନା ମିଳିଛି। ଚଢ଼ାଉରେ ଇନ୍ସପେକ୍ଟର୍‌ ଗୀତାଞ୍ଜଳି ସାହୁ, ଏସ୍‌ଆଇ ସୁଦର୍ଶନ ବିଷୋୟୀ ପ୍ରମୁଖ ସାମିଲ ଥିଲେ।

Comments are closed.