ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ,୧୪ ।୧: ପଞ୍ଚମହାଭୂତରେ ବିଲୀନ ହୋଇଛି ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ମରଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କଟକ କାଳିଆବୋଦା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଶେଷକୃତ୍ୟ ସମ୍ପନ୍ନବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି।

ତେବେ କାଲି ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବିରେ ପ୍ରକାଶଙ୍କ ପରଲୋକ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କରୋନାରେ ଆକ୍ରାନ୍ତ ହେବା ସହିତ ସେ ଦୁଇଥର ହୃଦ୍‌ଘାତର ଶିକାର ହୋଇଥିଲେ। ସମାଜସେବା ପାଇଁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ ପ୍ରକାଶ ।

Comments are closed.