ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମପି
ଚଣ୍ଡିଗଡ଼ : ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମ୍ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍ ସିଂ ମାନ୍। ଭଗତ ସିଂ ଇଂଲିଶ ନୌସେନାର ଜଣେ ଯୁବ ଅଫିସର ଏବଂ ଜଣେ ଅମୃତଧାରୀ ଶିଖ୍ କନଷ୍ଟେବଳଙ୍କୁ ହତ୍ୟା କରିଥିଲେ। ସେତେବେଳେ ସେ ନ୍ୟାଶନାଲ ଆସେମ୍ବ୍ଲିକୁ ବୋମାମାଡ଼ କରିଥିଲେ। ଏବେ କୁହନ୍ତୁ ଭଗତ ସିଂ ଜଣେ ଆତଙ୍କବାଦୀ କି ନୁହେଁ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ଦେଶ ପାଇଁ ପ୍ରାଣବଳି ଦେଇଥିବା ଜଣେ ସ୍ବାଧୀନତା ସଂଗ୍ରମୀଙ୍କୁ ସେ ଅପମାନିତ କରିଛନ୍ତି ଏବଂ ଏହାଦ୍ୱାରା ଦେଶବାସୀଙ୍କ ଭାବନା ଆହତ ହୋଇଛି। ତେଣୁ ସିମ୍ରନ୍ଜିତ ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ଦାବି ହେଉଛି।
Comments are closed.