କ୍ଷମତାକୁ ଆସିଲେ ମାଗଣା ଶିକ୍ଷା : କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ କରିଥିବା ଆମ ଆଦମୀ ପାର୍ଟି(ଆପ) ଏବେ ଗୁଜରାଟରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଘନଘନ ଗୁଜରାଟ ଗସ୍ତ କରୁଛନ୍ତି। ଏହିକ୍ରମରେ ଆଜି କେଜ୍ରିୱାଲ ଗୁଜରାଟବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ତାଙ୍କ ଦଳ ଗୁଜରାଟରେ କ୍ଷମତା ଦଖଲ କରିବ, ତା’ହେଲେ ସମସ୍ତଙ୍କୁ ମାଗଣାରେ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
କଚ୍ଚ ଜିଲ୍ଲାର ଭୁଜ ସ୍ଥିତ ଟାଉନ ହଲ୍ରେ ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ୫ଟି ଗ୍ୟାରେଣ୍ଟୀ ଦେବାକୁ ଚାହୁଁଛି। ଗୁଜରାଟରେ ଜନ୍ମ ହୋଇଥିବା ସବୁ ପିଲାଙ୍କୁ ମାଗଣାରେ ସର୍ବୋତ୍ତମ ଶିକ୍ଷା ଯୋଗାଇ ଦିଆଯିବ। ଆମେ କାହାକୁ ବାଧ୍ୟ କରିବୁ ନାହିଁ। ଯଦି ଯେଉଁ ବାପା ମା’ଙ୍କ ପାଖରେ ଟଙ୍କା ଅଛି, ସେମାନେ ନିଜ ପିଲାଙ୍କୁ ଭଲ ଶିକ୍ଷା ପାଇଁ ଘରୋଇ ସ୍କୁଲରେ ପଢ଼ାଇ ପାରିବେ।
Comments are closed.