ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟରାନ ରାଜନେତା ଶରଦ ଯାଦବ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ବେଶ କିଛି ଦିନ ହେଲା ଶ୍ରୀ ଯାଦବଙ୍କୁ ଗୁରୁଗ୍ରାମର ଫୋର୍ଟିସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁବାର ରାତିରେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ସୁଭାଷିନୀ ଯାଦବ ଟ୍ୱିଟ କରି ସୂଚନା ଦେଇଛନ୍ତି। ବାପା ଆଉ ନାହାନ୍ତି ବୋଲି ସେ ଟ୍ୱିଟ କରିବା ପରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଦେଶର ଭେଟରାନ ରାଜନେତା ଭାବେ ପରିଚିତ ଶରଦ ଯାଦବ ୭ ଥର ଲୋକସଭାକୁ ଓ ତିନିଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଜୟପ୍ରକାଶ ନାରାୟଣଙ୍କ ସମୟରୁ ରାଜନୀତି ଆରମ୍ଭ କରିଥିବା ଶରଦ ଯାଦବ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସହ ମଧ୍ୟ କାମ କରିଛନ୍ତି।

Comments are closed.