ଇଡି ଜାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହରିୟାଣାର ପୂର୍ବତନ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ଆଜି ଇଡି ପଚରାଉଚରା କରିଛି। ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କୁ ଇଡି ଜେରା କରି ତାଙ୍କ ବୟାନ ରେକର୍ଡ କରିଛି।

ଉଲ୍ଲେଖଯୋଗ୍ୟ, ପଞ୍ଚକୁଲାରେ ଏକ ଫ୍ଲାଟ୍‌ ଆବଣ୍ଟନକୁ ନେଇ ହୋଇଥିବା ଦୁର୍ନୀତି ସହ ଏହି ମାମଲା ଜଡିତ। ଫେବ୍ରୁଆରୀ ୨୦୨୧ରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ଇଡି କେସ୍‌ ରୁଜୁ କରିଥିଲା। ଏହି ମାମଲାରେ ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ବ୍ୟତୀତ ୨୧ ଅନ୍ୟ ଜଣଙ୍କ ନାଁ ସାମିଲ ରହିଛି। ଏହାପୂର୍ବରୁ ସିବିଆଇ କୃଷକଙ୍କ ଏହି ଜମିକୁ ବେଆଇନ ରୂପେ ବିକ୍ରି କରିବା ଅଭିଯୋଗରେ ଏଫ୍‌ଆଇଆର୍‌ ରୁଜୁ କରିସାରିଛି।

କିଛି ବରିଷ୍ଠ ସରକାରୀ ଅଧିକାରୀ ଓ କର୍ମଚାରୀ ୨୦୦୪-୦୭ ମସିହା ମଧ୍ୟରେ ମନେସରଠାରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାରେ ସାମିଲ୍‌ ଥିଲେ। ତାଙ୍କ ସହ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ବି ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ କରିଥିଲା।

Comments are closed.