ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍‌ଙ୍କୁ ଝଟକା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଟିକେଟ୍‌ ନ ପାଇବାରୁ ‘ଅପମାନ’ ବୋଧ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର୍‌ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ଟିକେଟରେ ହୁବଲି-ଧରୱାଡରୁ ନିର୍ବାଚନ ଲଢ଼ିଥିଲେ | ତେବେ ଏଥର ଜଗଦୀଶଙ୍କୁ ଶକ୍ତ ଝଟକା ଲାଗିଛି | କାରଣ ଜଗଦୀଶ ଏଠାରୁ ନିର୍ବାଚନରେ ​​ହାରିଯାଇଛନ୍ତି। ସେ ବଡ ବ୍ୟବଧାନରେ ବିଜେପିର ମହେଶ ଟେଙ୍ଗିନକଇଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଶେଟ୍ଟାରଙ୍କୁ ପାଖାପାଖି ୬୦ ହଜାର ଭୋଟ ପାଇଥିବାବେଳେ ମହେଶଙ୍କୁ ପାଖାପାଖି ୯୫ ହଜାର ଭୋଟ ମିଳିଛି |

ଉଲ୍ଲେଖ ଥାଉ କି ଶେଟ୍ଟାର୍‌ ଏଥର ସେ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସ ତାଙ୍କୁ ସେହି ହୁବଲି ଧରୱାଡ ଆସନରୁ ପ୍ରାର୍ଥୀ କରିଥିଲା । ତେବେ କୌତୁହଳର କଥା ହେଉଛି, ଲିଙ୍ଗାୟତ ସମ୍ପ୍ରଦାୟର ଜଣେ ବଡ ନେତା ବୋଲି କୁହାଯାଉଥିବା ଶେଟ୍ଟାର୍‌ଙ୍କୁ ନିଜ ଶିଷ୍ୟଙ୍କଠାରୁ ପରାସ୍ତ ହେବାକୁ ପଡିଛି | ନିର୍ବାଚନ ପ୍ରଚାର ସମୟରେ ଶେଟ୍ଟାର୍‌ଙ୍କୁ ପରାସ୍ତ କରିଥିବା ବିଜେପିର ମହେଶ ନିଜକୁ ତାଙ୍କର ଶିଷ୍ୟ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟପଟେ କଂଗ୍ରେସ ରାଜ୍ୟ ସଭାପତି ଡି.କେ ଶିବକୁମାର କର୍ଣ୍ଣାଟକରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। କନକପୁରା ଆସନରୁ ପ୍ରାର୍ଥୀ ଡି.କେ ଶିବକୁମାର ୧.୫ ଲକ୍ଷ ଭୋଟରେ ନିର୍ବାଚନରେ ​​ବିଜୟୀ ହୋଇଥିଲେ। ଏହା ହେଉଛି ତାଙ୍କର କ୍ରମାଗତ ଅଷ୍ଟମ ବିଜୟ |

Comments are closed.