ରାଜ୍ୟରେ ଆଜିଠୁ ୧୧୨
ଭୁବନେଶ୍ୱର : ଆଜିଠାରୁ ରାଜ୍ୟର ସମସ୍ତ ଜରୁରୀକାଳୀନ ସେବା ପାଇଁ କାମ କରିବ ଗୋଟିଏ ନମ୍ବର । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଏହି ନମ୍ବର-୧୧୨ ବ୍ୟବହାର କରାଯିବ । ଏହି ଏକୀଭୂତ ନମ୍ବର ‘୧୧୨’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୫ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି ।
ତେବେ ପୂର୍ବରୁ ପୋଲିସ ସେବା ପାଇଁ ୧୦୦, ଅଗ୍ନିଶମ ପାଇଁ ୧୦୧ ଓ ଆମ୍ବୁଲାନ୍ସ ପାଇଁ ୧୦୮, ଜନନୀ ଏକ୍ସପ୍ରେସ୍ ପାଇଁ ୧୦୨କୁ ଡାଏଲ କରିବାକୁ ପଡ଼ୁଥିଲା । ବର୍ତ୍ତମାନ ଏହି ଗୋଟିଏ ନମ୍ବର ଜାରି ହେବା ସହ ସମସ୍ତ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଇଛି ।
Comments are closed.