ଭୁବନେଶ୍ୱରରୁ ପୁନେ ଉଡିବ ବିମାନ

ଭୁବନେଶ୍ୱର,୧୨ ।୧: ଭୁବନେଶ୍ୱରରୁ ପୁନେ ଉଡିବ ବିମାନ । ଭୁବନେଶ୍ୱର ଓ ପୁନେ ମଧ୍ୟରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଚଳାଚଳ କରିବ ଏୟାର ଏସିଆର ସ୍ୱତନ୍ତ୍ର ବିମାନ । ଏଥିପାଇଁ ଦରକାର ଥିବା ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇଦେବେ । ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ସେବା ଓଡ଼ିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସେହିପରି ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ଉଡ଼ିବ ବିମାନ । ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ଦିନ ୧୨ଟା ୩୦ରେ ମୁମ୍ବାଇରୁ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିବ । ସନ୍ଧ୍ୟା ୫ଟା ୪୦ରେ ବେଙ୍ଗଳୁରୁରୁ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିବ । ସ୍ପାଇସଜେଟ୍ ତରଫରୁ ବିମାନସେବା ଯୋଗଇ ଦିଆଯାଉଛି ।

Comments are closed.