ଚାରି ବିଭାଗକୁ ନେଇ ପ୍ରଥମ ଭର୍ଚୁଆଲ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର: ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ବିଦେଶ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ମିଳିତ ଭାବେ ୧୦ଟି ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତଙ୍କ ସହ ‘ପ୍ରଥମ ଭର୍ଚୁଆଲ ବିଶ୍ୱ ଦକ୍ଷତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ-ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଦେଶର କୌଶଳ ଆବଶ୍ୟକତା ଓ ଭାରତରେ ଉପଲବ୍ଧ ଥିବା କୁଶଳୀ ମାନବ ସମ୍ବଳର ତଥ୍ୟ ଆଦାନପ୍ରଦାନ କରିବା ଦିଗରେ ଏକ ମଝବୁତ ବ୍ୟବସ୍ଥା ସ୍ଥାପନା କରିବା ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଶିଳ୍ପ ବିପ୍ଳବ ୪.୦ ବିଶ୍ୱରେ ଅନେକ ସୁଯୋଗ ସୃଷ୍ଟି କରିଛି । ଦେଶର ଯୁବପିଢିଙ୍କୁ ଉଚ୍ଚକୋଟୀର ଦକ୍ଷତା ପ୍ରଦାନ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଦ୍ୱାରା ବିଶ୍ୱରେ ଭାରତ ସ୍କିଲ୍ କ୍ୟାପିଟାଲ ଭାବରେ ଉଭା ହେଉଛି । ସରକାରୀ-ବେସରକାରୀ ସହଭାଗୀତା, ବହୁମୁଖୀ ମନ୍ତ୍ରଣାଳୟ ଆଭିମୁଖ୍ୟ, ସ୍ୱଚ୍ଛ ନୀତି ଢାଞ୍ଚା ମାଧ୍ୟମରେ ଭାରତ ସରକାର କୁଶଳୀ ଭାରତୀୟଙ୍କୁ ସ୍ୱଳ୍ପ ଓ ଦୀର୍ଘମିଆଦି ଯୋଜନା ଦ୍ୱାରା ବୈଶ୍ୱିକ ସୁଯୋଗ ପ୍ରଦାନ କରିବା ପାଇଁ ଏକ ସହଯୋଗୀର ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେଇ ବିଶ୍ୱରେ ଥିବା ଦକ୍ଷ ମାନବ ସମ୍ବଳର ଚାହିଦାକୁ ପୂରଣ କରିବାରେ ଭାରତ ପାଖରେ ପର୍ଯ୍ୟାପ୍ତ ସମ୍ଭାବନା ରହିଥିବା ସେ କହିଚନ୍ତି।
Comments are closed.