ଆମେରିକାରେ ଫୁଟିଲା ଗୁଳି, ୪ ମୃତ
ୱାଶିଂଟନ: ଆମେରିକାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଇଣ୍ଡିଆନା ସିଟିର ଏକ ମଲ ଭିତରେ ଆତତାୟୀ ଗୁଳିମାଡ କରିଛନ୍ତି । ୪ ମୃତକଙ୍କ ମଧ୍ୟରେ ଜଣେ ଗୁଳି ଚଳାଇଥିବା ବ୍ୟକ୍ତି ରହିଥିବା ଜଣାପଡିଛି ।
ବନ୍ଧୁକ ଚଳାଇଥିବା ଦୁର୍ବୃତ୍ତକୁ ଜଣେ ସାଧାରଣ ନାଗରିକ ଅଟକାଇବାରୁ ଗୁଳି ଚାଳନା ବନ୍ଦ ହୋଇଥିଲା । ପୂର୍ବରୁ ଜୁଲାଇ ୪ରେ ଆମେରିକାର ଚିକାଗୋ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ସ୍ବାଧୀନତା ଦିବସ ପରେଡ ଆରମ୍ଭର ମାତ୍ର ୧୦ ମିନିଟ ପରେ ଗୁଳିମାଡ ହୋଇଥିଲା । ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ହେବା ସହ ୧୬ ଜଣ ଆହତ ହୋଇଥିବା ଆମେରିକା ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହାର ଠିକ ପରଦିନ ଚିକାଗୋରେ ଆଉ ଏକ ଗୁଳିମାଡ ହୋଇଥିଲା । ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ମଇ ୩୦ରେ ହୋଇଥିବା ଏକ ଗୁଳିମାଡରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ । ଚଳିତ ବର୍ଷ ଆମେରିକାରେ ପାଖାପାଖି ୫ରୁ ଅଧିକ ଥର ଗୁଳିକାଣ୍ଡ ହୋଇଛି ।
Comments are closed.