ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା

ଆଜି ସକାଳୁ ସକାଳୁ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ତାତି । ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୮ଟାରେ ୩୯ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଟିଟିଲାଗଡ଼ରେ ୩୮, ବଲାଙ୍ଗିର ୩୭.୪, ସୋନପୁର ଓ ଝାରସୁଗୁଡ଼ା ୩୬.୬, ହୀରାକୁଦରେ ୩୬.୪, ସମ୍ବଲପୁରରେ ୩୬.୨ ଓ ବୌଦ୍ଧରେ ୩୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ହୀରାକୁଦରେ ୩୬.୪ , ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪, ବରଗଡରେ ୩୫.୪, ସୁନ୍ଦରଗଡରେ ୩୪ ଡିଗ୍ରୀ ଓ ତାଳଚେରରେ ତାଳଚେରରେ ୩୪.୪ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି।

ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସକାଳ ସାଢ଼େ ୫ଟାରେ ଭୁବନେଶ୍ୱର ତାପମାତ୍ରା ୩୧ ଡିଗ୍ରୀ ଥିବା ବେଳେ ଆର୍ଦ୍ରତା ୮୭% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି।

ଗତକାଲି ବଲାଙ୍ଗିରରେ ସର୍ବାଧିକ ୪୬.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନିଦିନ ଭିତରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ଜନଜୀବନକୁ କଲବଲ କରୁଛି।

ପାଣିପାଗ ବିଭାଗର ଆକଳନ ଅନୁୟାୟୀ ଆଜି କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ଥିବା ସୂଚନା ମିଳିଛି।

କେବଳ ଓଡ଼ିଶା ନୁହେଁ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିଲ୍ଲୀରେ ଗତକାଲି ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ରାଜଧାନୀରେ ଆକାଶ ସାମାନ୍ୟ ମେଘୁଆ ଥିବା ବେଳେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ସଂସ୍ଥା ଆକଳନ କରିଛି । ଆଜି ପାଇଁ ଦିଲ୍ଲୀକୁ ଅରେଂଜ ଆଲର୍ଟ ଜାରି କରାଯାଇଛି ।

Comments are closed.