ଶିମିଳିପାଳ ଜଙ୍ଗଲରେ ନିଆଁ ଲିଭାଉଛନ୍ତି ହଜାରରୁ ଉର୍ଦ୍ଧ କର୍ମଚାରୀ

ଭୁବନେଶ୍ୱର : ଗତ ୩ ଦିନ ଧରି ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରହିଛି । ନିଆଁଲିଭା କାର୍ଯ୍ୟରେ ୧ ହଜାରରୁ ଉର୍ଦ୍ଧ କର୍ମଚାରୀ ଲାଗିଛନ୍ତି । ୮ ଶହ ବନ କର୍ମଚାରୀ ଓ ୨୫୦ ଜଙ୍ଗଲ ଜଗୁଆଳ ନିୟୋଜିତ ହୋଇଛନ୍ତି । ୪୦ଟି ଗାଡି, ୨୪୦ ବ୍ଲୋୟର ମେସିନ ମଧ୍ୟ ନିୟୋଜିତ ହୋଇଛି । ଏନେି ଶିମିଳିପାଳ ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି ।

ତେବେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗି କାରଣରୁ ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି ଯେ, ‘ଶିମିଳିପାଳକୁ ଏକ ଟିମ୍ ପଠାଯାଇଛି । ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ ଘଟଣାର ଅନୁଧ୍ୟାନ କରିବେ । କିପରି ଓ କାହିଁକି ନିଆଁ ଲାଗିଲା ତାହା ଅନୁଧ୍ୟାନ କରିବା ସହ ପଦକ୍ଷେପ ନେବେ । ଆସନ୍ତା କାଲି ପିସିସିଏଫ୍ ଏନେଇ ରିପୋର୍ଟ ପ୍ରଦାନ କରିବ ।’

Comments are closed.