ପାଇପ ଡିପୋରେ ଭୟାବହ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ । ପାଇପ ଡିପୋରେ ନିଆଁ ଲାଗି କୋଟି କୋଟି ଟଙ୍କାର ପାଇପ ଜଳି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ସୂଚନାଅନୁସାରେ, ଜଳଯୋଗାଣ ପାଇଁ ବିଭିନ୍ନ ଗାଁରେ ପାଇପ ପୋତା ଚାଲିଥିବାରୁ ଲଂଗଲକଟାଠାରୁ ପାଣି ପାଇପ ନିଆଯାଉଥିଲା । କେହି ଜଣେ ବ୍ୟକ୍ତି ବିଲରେ ନଡ଼ା ପୋଡ଼ିବା ପାଇଁ ନିଆଁ ଲଗାଇ ଦେଇଥିବା ବେଳେ ଏହି ନିଆଁ ବିଲ ନିକଟରେ ରଖାଯାଇଥିବା ପାଇପରେ ଲାଗିଯାଇଥିଲା । ଯାହାଫଳରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ପାଇପ । ପାଇପ ଡିପୋରେ ଥିବା ସୁରକ୍ଷାକର୍ମୀ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ୨ଟି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ନିଆଁ ଲିଭାଇଭା ପାଇଁ ସକ୍ଷମ ହୋଇନାହାନ୍ତି ।

Comments are closed.