ସ୍ୱାମୀଙ୍କ ପାଇଁ ଶଯ୍ୟାସଙ୍ଗିନୀ ଖୋଜା !
ଜଣେ ବିବାହିତ ପୁରୁଷ ଅନ୍ୟ କୌଣସି ମହିଳା ସହ ସାମାନ୍ୟ କଥାବାର୍ତ୍ତା କଲେ ବି ତାଙ୍କ ପତ୍ନୀ ଈର୍ଷା କରିବା ସ୍ୱାଭାବିକ । କିନ୍ତୁ ନିକଟରେ ଥାଇଲାଣ୍ଡର ଜଣେ ୪୪ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କ ପାଇଁ ଅନୁରୂପ ଭାବେ ଜଣେ ଶଯ୍ୟାସଙ୍ଗିନୀ ଯୋଗାଡ଼ ପାଇଁ ବିଜ୍ଞାପନ ଦେବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ‘ଶିକ୍ଷିତା ଉପହାରଯୋଗ୍ୟା’ ମହିଳା ଲୋଡ଼ା ବୋଲି ସେ ଦେଇଥିବା ବିବାଦୀୟ ବିଜ୍ଞାପନକୁ ଅନେକ ତିରସ୍କାର କରିଥିବା ବେଳେ ସଂପୃକ୍ତ ମହିଳା ତାଙ୍କ ଉଦ୍ୟମରେ ସଫଳ ହୋଇଛନ୍ତି ।
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକରେ ରହୁଥିବା ପତ୍ତିମା ଚମନାନେ ନାମକ ଏହି ମହିଳାଙ୍କ କହିବା ଅନୁଯାୟୀ, ନିକଟରେ କିଛି ଦିନ ହେଲା ଅସୁସ୍ଥତା କାରଣରୁ ସେ ତାଙ୍କ ସ୍ୱାମୀଙ୍କ ସହ ରାତ୍ରି କଟାି ପାରୁନାହାନ୍ତି । ତେଣୁ ସ୍ୱାମୀଙ୍କ ପାଇଁ ନିଜର ଶୂନ୍ୟସ୍ଥାନ ପୂରଣ ପାଇଁ ପତ୍ତିମା ଜଣେ ଶିକ୍ଷିତ ମହିଳାଙ୍କ ତଲାସରେ ରହିଥିଲେ । ଏଥିପାଇଁ ମାଗଣା ଖାଇବା ଓ ତାଙ୍କ ସହ ମାସକୁ ୪୫୦ଡଲାର ପାରିଶ୍ରମିକ ମିଳିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ ।
ଏପରି ପ୍ରସ୍ତାବ ଅନେକଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଥିବା ବେଳେ ପତ୍ତିମାଙ୍କର ଜଣେ ୩୩ ବର୍ଷୀୟା ବାନ୍ଧବୀ ଏଥିପାଇଁ ରାଜି ହୋଇଥିବା ଜଣାଯାଇଛ
Comments are closed.