୧୮ ଫୁଟ ସ୍ୱର୍ଣ୍ଣ ଗଣେଶ
ଆସୁଛି ଗଣେଶ ଚତଚର୍ଥୀ । କରୋନା ମହାମାରୀ ପରେ ପୁରା ଭାରତବର୍ଷରେ ଏଥରେ ମହା ଆଡ଼ମ୍ବରରେ ଆୟୋଜିତ ହେବ ଗଣେଶ ପୂଜା । କରୋନା କାରଣରୁ ଗତ ୨ ବର୍ଷହେଲା ବିଭିନ୍ନ ପ୍ରକାରର କଟକଣାରେ ପର୍ବପର୍ବାଣି ପାଳନ ହେଉଥିଲା । ଏ ବର୍ଷ ଦେଶର ବିଭିନ୍ନ ଅଞ୍ଚଳରେ ଗଜାନନଙ୍କ ପୂଜାର ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଉତ୍ତରପ୍ରଦେଶ ଚନ୍ଦଉସିରେ ଏଥରକ ୧୮ ଫୁଟ୍ ଉଚ୍ଚ ଗଣେଶ ମୂର୍ତ୍ତି ନିର୍ମାଣ ହେଉଛି । ସୁନାରେ ମୂର୍ତ୍ତିକୁ ସୁସଜ୍ଜିତ କରାଯାଉଛି । ସ୍ଥାନୀୟ ଲୋକେ ଏହି ମୂର୍ତ୍ତି ନିର୍ମାଣ ପାଇଁ ଗଲା ବର୍ଷଠାରୁ ଚାନ୍ଦା ଆଦାୟ କରିରଖିଥିଲେ । କାରିଗର ଦେଶର ବିଭିନ୍ନ ପ୍ରାନ୍ତରୁ ଡ଼କାଯାଇ ଗଲା ୧୫ ଦିନ ହେଲା ମୂର୍ତ୍ତି କାମ ଆରମ୍ଭ ହୋଇଛି ।
Comments are closed.