ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢିବାକୁ ନାହିଁ ଅର୍ଥ

ନୂଆଦିଲ୍ଲୀ, : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଚାହୁଁଥିଲା ଯେ ସେ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ହେଲେ ପାଖରେ ନିର୍ବାଚନ ଲଢ଼ିବାକୁ ଟଙ୍କା ନ ଥିବା କହି ସେ ଏହାକୁ ଏଡାଇ ଯାଇଛନ୍ତି। ଏପରିକି ଦଳ ତାଙ୍କର ନିଷ୍ପତ୍ତିକୁ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏମିତିରେ ପ୍ରଶ୍ନ ଉଠୁଛି ସୀତାରମଣଙ୍କ ସମ୍ପତ୍ତି କେତେ?

MyNeta ୱେବସାଇଟ ଅନୁଯାୟୀ, ନିର୍ମଳା ସୀତାରମଣଙ୍କ ମୋଟ ସମ୍ପତ୍ତି ହେଉଛି ୨ କୋଟି ୫୦ ଲକ୍ଷ ୯୯ ହଜାର ୩୯୬ ଟଙ୍କା। ଏଥିରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଅଛି। ନିର୍ମଳା ସୀତାରମଣଙ୍କର ୩୧୫ ଗ୍ରାମ ସୁନା ରହିଛି। ତାଙ୍କ ପାଖରେ ୨ କିଲୋଗ୍ରାମର ରୌପ୍ୟ ମଧ୍ୟ ଅଛି।

ସୀତାରମଣଙ୍କ ପାଖରେ କୌଣସି କାର ନାହିଁ। ହେଲେ ତାଙ୍କ ନାମରେ ଏକ ବଜାଜ୍‌ ଚେତକ ସ୍କୁଟର ରହିଛି। ଏହାର ମୂଲ୍ୟ ହେଉଛି ୨୮,୨୦୦ ଟଙ୍କା। ତାଙ୍କର ହାଇଦ୍ରାବାଦ ନିକଟରେ ପ୍ରାୟ ୧୬ ଲକ୍ଷ ଟଙ୍କା ମୂଲ୍ୟର ଏକ ଅଣ କୃଷି ଜମି ଅଛି।

ସୀତାରମଣଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛ ୧,୮୭,୬୦,୨୦୦ ଟଙ୍କା। ସୀତାରମଣଙ୍କ ନାମରେ ୩୦ ଲକ୍ଷ ଟଙ୍କା ଋଣ ମଧ୍ୟ ଅଛି। ରାଜ୍ୟସଭା ପାଇଁ ତାଙ୍କ ନିର୍ବାଚନୀ ଆଫିଡେଭିଟ୍‌ରେ ତାଙ୍କ ପାଖରେ ୧୭,୨୦୦ ଟଙ୍କା ଅଛି। ଏହା ବ୍ୟତୀତ ବ୍ୟାଙ୍କ ଏଫ୍‌ଡି ଭାବରେ ୪୫,୦୪,୪୭୯ ଟଙ୍କା ଥିବା ସୂଚନା ଦିଆଯାଇଛି।

ନିର୍ବାଚନରେ ଜଣେ ପ୍ରାର୍ଥୀ କେତେ ଖର୍ଚ୍ଚ କରିପାରିବେ?

ନିର୍ବାଚନ ଆୟୋଗ ଅନୁଯାୟୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚର ପରିସର ଭିନ୍ନ। ଲୋକ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୯୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଏହି ପରିମାଣ ୨୦୨୨ ରେ ବୃଦ୍ଧି କରାଯାଇଥିଲା । ଏହା ପୂର୍ବରୁ ଏହା ୭୦ ଲକ୍ଷ ଟଙ୍କା ଥିଲା। ଏଥି ସହିତ ରାଜ୍ୟସଭା ନିର୍ବାଚନ ପାଇଁ ବ୍ୟୟ ସୀମା ୨୮ ଲକ୍ଷରୁ ୪୦ ଲକ୍ଷକୁ ବୃଦ୍ଧି କରାଯାଇଛି।

Comments are closed.